ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଗ୍ରାସ୍ଥିତ ଐତିହାସିକ ତାଜମହଲକୁ ବୋମା ଦ୍ବାରା ଉଡାଇଦେବାକୁ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଏହା ଜଣାପଡିବା ପରେ ସନ୍ଧାନୀ କୁକୁର ସହ ବୋମା ନିଷ୍କ୍ରିୟକାରୀ ଦଳ ତାଜମହଲ ପରିସରରେ ପହଞ୍ଚି ଏହାକୁ ତନ୍ନ ତନ୍ନ ଯାଞ୍ଚ କରିଥିଲେ। ତେବେ କୌଣସି ବୋମା କିମ୍ବା ସନ୍ଦେହଜନକ ବସ୍ତୁ ମିଳିନଥିବା ତାଜମହଲ ସୁରକ୍ଷା ଦାୟିତ୍ବରେ ଥିବା ଏସିପି ସୂଚନା ଦେଇଛନ୍ତି। ଅଧିକ ତଦନ୍ତ ନିମନ୍ତେ ଉକ୍ତ ଧମକପୂର୍ଣ୍ଣ ଇ-ମେଲକୁ ଉତ୍ତର ପ୍ରଦେଶ ପୋଲିସକୁ ହସ୍ତାନ୍ତର କରାଯାଇଛି।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..