ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦୁଝର ଜିଲ୍ଲା ଘସିପୁରା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଜି ବିଧାୟକ ନିଜ ଦଳ ଉପରେ ବର୍ଷିଛନ୍ତି। ନେତା ଧାର ଆଣି ବିଜେଡି ଭୁଲ କରିଛି ବୋଲି ସେ କହିଛନ୍ତି। ମଙ୍ଗଳବାର ବିଜେଡିର ବରିଷ୍ଠ ନେତା ପାତ୍ର ପାନୀୟ ଜଳ ପ୍ରକଳ୍ପ କାମ ପୂରା ନ କରିବାରୁ ବିଜେଡି ହାରିଲା ବୋଲି ବିଧାନସଭାରେ କହିଥିଲେ। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଗରେ ଏପରି ବୟାନ ଦେଇଥିଲେ ବଦ୍ରି।ସେ କହିଥିଲେ, ପାନୀୟ ଜଳ ପ୍ରକଳ୍ପ କାମ ପୂରା ନ କରିବାରୁ ୨୦୨୪ ନିର୍ବାଚନରେ ବିଜେଡି ହାରିଛି। ପାନୀୟଜଳ କଷ୍ଟ ଜନସାଧାରଣଙ୍କ ଆକ୍ରୋଶରେ ପରିଣତ ହେଲା। ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନ ସରିବା ଏହାର ମୁଖ୍ୟ କାରଣ। ଚଳିତ ନିର୍ବାଚନରେ ନିଜେ ଏହା ଅନୁଭବ କରିଥିବା ସେ କହିଥିଲେ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……