ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଓ ୩୦ ଜଣ ବିଧାୟକ ପ୍ରସ୍ତାବକଙ୍କ ଉପସ୍ଥିତରେ ସୋମବାର ଦୁଇ ସେଟ୍ ନାମାଙ୍କନ ଭରିଛନ୍ତି ସୁଜିତ କୁମାର। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସୁଜିତ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ବିଜେପି କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ଼ ଘୋଷଣା କରାଯାଇଥିଲା। ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଥିବାରୁ ସେ ବିଜେପି ଦଳ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଵଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସୁଜିତ କୁମାର ଧନ୍ୟବାଦ୍ ଜଣାଇଥିଲେ। ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି ପକ୍ଷରୁ କେହି ନାମାଙ୍କନ ଦାଖଲ କରି ନାହାନ୍ତି। ଆଜି ନାମାଙ୍କନର ଦାଖଲର ଶେଷ ଦିନ । ୧୧ ତାରିଖ ନାମାଙ୍କନ ଯାଞ୍ଚ ହେବ ଓ ୧୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ରହିଛି ହେବ।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..