ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଷ୍ପା-୨ ସିନେମା ପ୍ରିମିୟର ଶୋ’ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପୁଅକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବେ ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ ଚଳଚ୍ଚିତ୍ରର ପ୍ରଡକ୍ସନ ଟିମ। ଅଲ୍ଲୁଙ୍କୁ ବାପା ଅଲ୍ଲୁ ଅରବିନ୍ଦ ବୁଧବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଗତ ଡିସେମ୍ବର ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ ଚାଲିଥିଲା। ଅଲ୍ଲୁ ଅର୍ଜନୁ ଏବଂ ତାଙ୍କ ପରିବାର ଲୋକେ ଏହି ଚଳଚ୍ଚିତ୍ର ଦେଖିବାକୁ ଆସିଥିଲେ। ଅଲ୍ଲୁ ହଲ ଭିତରେ ଥିବାବେଳେ ବାହାରେ ପ୍ରବଳ ଭିଡ଼ ଯୋଗୁ ଦଳାଚକଟା ଘଟିଥିଲା, ଯେଉଁଥିରେ ରେବତୀ ନାମ୍ନୀ ମହିଳା ପ୍ରାଣ ହରାଇଥିଲେ। ତାଙ୍କର ଗୋଟିଏ ପୁଅ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ରହିଛି। ଆଇସିୟୁରେ ପିଲାଟିର ଚିକିତ୍ସା ଚାଲିଛି। ପୂର୍ବରୁ ଅଲ୍ଲୁ ମୃତା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ। ବୁଧବାର ତାଙ୍କ ବାପା ଅଲ୍ଲୁ ଅରବିନ୍ଦ ହସ୍ପିଟାଲ ଯାଇ ପିଲାଟିକୁ ଭେଟିବା ସହିତ ତା’ର ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେଠାରୁ ଆସିବା ପରେ ଅରବିନ୍ଦ କହିଥିଲେ ଯେ, ମୃତା ମହିଳାଙ୍କ ପୁଅର ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ପିଲାଟି ପାଇଁ ତାଙ୍କ ପୁଅ, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ନିର୍ଦେଶକ ୨ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..