ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକାକୁଳ ପରିବେଶ ରହିଛି। ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ଖେଳୁଥିବା ଟିମ୍ ଇଣ୍ଡିଆ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ସୂଚନାଯୋଗ୍ୟ,ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୧୦ ୱିକଟେ ହରାଇ ୪୭୪ ରନ୍ ସଂଗ୍ରହ କରିଛି। ଭାରତୀୟ ଦଳ ୧-୧ ସ୍ଥିତିରେ ଥିବା ମ୍ୟାଚ୍କୁ ଜିତିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି। ଏହା ସହିତ ଟିମ୍ ଇଣ୍ଡିଆର ବହୁ ଖେଳାଳି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକରେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ପୋଷ୍ଟ ସେୟାର କରିଛନ୍ତି। ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିନରେ ଦଳର ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ସ୍କୋର କରିଥିଲେ। ବର୍ଡର-ଗାଭାସ୍କର ଟ୍ରଫିର ମେଲବୋର୍ଣ୍ଣ ଟେଷ୍ଟ୍ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟିମ୍ ଇଣ୍ଡିଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଖେଳାଳିମାନେ କଳା ବ୍ୟାଣ୍ଡ ପିନ୍ଧି ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।






More Stories
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……