Report Card Odisha

| Daily Odia News

ଆଇଇଡି ବିସ୍ଫୋରଣରେ ଦୁଇ ସିଆରପିଏଫ ଯବାନ ଆହତ……

ରିପୋର୍ଟ କାର୍ଡ / ବିଜାପୁର

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା କରାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। କୁମ୍ବିଂ ସାରି ଫେରୁଥିବା ବେଳେ ଛତିଶଗଡ ବିଜାପୁରରେ ଶକ୍ତିଶାଳି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ଘଟିଛି। ତେବେ ଏହି ବିସ୍ଫୋରଣରେ ଅଳ୍ପକେ ବର୍ତ୍ତିଯାଇଛି ପିକଅପ୍ ଭ୍ୟାନ। ମଦ୍ଦେଡ ଥାନା ଗୋର୍ଲା ନାଳ ନିକଟରେ ଏହି ବିସ୍ଫୋରଣ ଘଟିଛି। ବିସ୍ପୋରଣରେ ଚାଳକଙ୍କ ସହ ଜଣେ ଯବାନ ଆହତ ହୋଇଥିବା ସୂଚନା । କୁମ୍ବିଂ ସାରି ପିକଅପ୍ ଭ୍ୟାନରେ ଫେରୁଥିଲେ ଏସଟିଏଫ୍ ଯବାନ । ମାଡେଡ୍ ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ବିଜାପୁର-ଭୋପାଳପଟନମ୍ ଜାତୀୟ ରାଜପଥ ନମ୍ବର ୬୩ରେ ମାଓବାଦୀମାନେ ଏହି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣ ଯୋଗୁଁ ରାସ୍ତାରେ ପ୍ରାୟ ପାଞ୍ଚ ଫୁଟ ଗଭୀର ଏକ ଗର୍ତ୍ତ ସୃଷ୍ଟି ହୋଇଛି ବୋଲି ସୂଚନା ରହିଛି।

Breaking News