ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀରେ ନକଲି ପୋଲିସ ଗିରଫ । ଭୁବନେଶ୍ବର ସହିଦ ନଗର ଥାନା ପୋଲିସ ହେପାଜତରେ ଅଛନ୍ତି ନକଲି ଡିଏସପି । ନକଲି ଡିଏସ୍ପି ଜଣଙ୍କ ହେଲେ ମାନସ ରଞ୍ଜନ ସେନାପତି । ତାଙ୍କ ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା l ତେବେ ଏହି ନକଲି ପୋଲିସ ବାବୁ ଜଣଙ୍କ ନକଲି ପରିଚୟ ପତ୍ର ଦେଖାଇ ନିଜକୁ DSP କହି ଅନେକ ଲୋକଙ୍କୁ ଚାକିରି କରାଇଦେବାକୁ କହି ଠକିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ପରେ ତାଙ୍କୁ ପୋଲିସ ଗିରଫ କରିଛି । ସହିଦନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ତାଙ୍କୁ ପୋଲିସ ଧରିଥିବା ଜଣାପଡିଛି । ତାଙ୍କ ନିକଟରୁ ପୋଲିସ ୟୁନିଫର୍ମ, ନକଲି ନିଯୁକ୍ତି ପତ୍ର, ୨ ଲକ୍ଷରୁ ଅଧିକ ଜାଲ୍ ନୋଟ୍, ନକଲି ପୋଲିସ ଆଇକାର୍ଡ, କାର୍, ଲାପଟପ୍, ମୋବାଇଲ ଫୋନ ଜବତ ହୋଇଛି l






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..