ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ସୋମବାର ଏମ୍ପିଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ୧ ଏପ୍ରିଲ ୨୦୨୩ରୁ ଏମପିମାନେ ୧ ଲକ୍ଷ ଟଙ୍କା ବଦଳରେ ୧.୨୪ ଲକ୍ଷ ଟଙ୍କା ଦରମା ପାଇବେ। ସରକାରଙ୍କ ଦ୍ୱାରା ଏମ୍ପିଙ୍କ ପେନସନ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକ ସଂସଦ ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନସନ ଆଇନ, ୧୯୫୪ ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି କରାଯାଇଛି ଏବଂ ଆୟକର ଆଇନ, ୧୯୬୧ରେ ଉଲ୍ଲେଖିତ ମୂଲ୍ୟ ମୁଦ୍ରାସ୍ଫୀତି ସୂଚକାଙ୍କ ଉପରେ ଆଧାରିତ। ଏହି ନିଷ୍ପତ୍ତି ପୂର୍ବରୁ ଏମ୍ପିଙ୍କ ପେନସନ ୨୫,୦୦୦ ଟଙ୍କା ଥିଲା, ଏବେ ଏହାକୁ ୩୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି, ଦୁଇଥର କିମ୍ବା ତିନିଥର ଏମ୍ପି ହୋଇଥିବା ଏମ୍ପିଙ୍କ ଅତିରିକ୍ତ ପେନସନ ୨୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
More Stories
ରାଉରକେଲାରେ ନିର୍ମାଣ ହେବ ଝୁଲା କାଚ ପୋଲ…..
ମ୍ୟାମାର ଭୂକମ୍ପ: ୧୭୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା……
କାଲିଠୁ ୫ ପର୍ଯ୍ୟନ୍ତ ଝଡ଼ବର୍ଷା….