ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ବର୍ଷା ଲାଗି ରହିଥିବାବେଳେ ଆଜି ଅର୍ଥାତ୍ ଶନିବାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ଜିଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜ। ଏନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର। ତେବେ ବଜ୍ରପାତ ଓ ଝଟ୍କା ପବନ ନେଇ ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।ତେବେ ଆସନ୍ତାକାଲି ଉତ୍ତର-ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଘନୀଭୂତ ହୋଇ ୩୦ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଅନ୍ୟପକ୍ଷରେ ଶୁକ୍ରବାର ଭଦ୍ରକରେ ୧୭.୨ ମିମି, ଭବାନୀପାଟଣାରେ ୧୩,୨ ମିମି, ଦାରିଙ୍ଗିବାଡ଼ିରେ ୧୨.୦ ମିମି, ଚାନ୍ଦବାଲିରେ ୮.୯ ମିମି ଏବଂ ଯାଜପୁରରେ ୮.୦ ମିମି ବର୍ଷା ରେକର୍ଡ ହୋଇଛି।






More Stories
ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……
କୈଳାସ ମାନସରୋବର ଯାତ୍ରା ଆରମ୍ଭ…..
ଝାରସୁଗୁଡ଼ାରେ ଭୟଙ୍କର ଘୂର୍ଣ୍ଣିଝଡ଼…..