ରିପୋର୍ଟ କାର୍ଡ /ଭୁବନେଶ୍ବର
ଓଡ଼ିଶାର ପ୍ରାୟ ଅଧା ଜିଲ୍ଲାରୁ ପ୍ରତିନିଧିତ୍ୱ ରାଜ୍ୟ ମନ୍ତ୍ରିମଣ୍ଡଳରେ ନାହିଁ। ମନ୍ତ୍ରୀ ନଥିବା ଜିଲ୍ଲାର ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକ ବର୍ଷ ପୂରିଛି। ବିଭିନ୍ନ ବିଭାଗର ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବର୍ଷକର ରିପୋର୍ଟ କାର୍ଡ ମାଗିଛନ୍ତି। ରିପୋର୍ଟ କାର୍ଡ ଆଧାରରେ କାର୍ଯ୍ୟଦକ୍ଷତାର ମୂଲ୍ୟାୟନ ହେବ। କିଛି ନୂଆ ସଦସ୍ୟଙ୍କୁ ମନ୍ତ୍ରିପଦ ଦେବା ଲାଗି ଯୋଜନା ରହିଛି। କିଛି ଜିଲାରୁ ଦୁଇଜଣ ମନ୍ତ୍ରିପଦ ପାଇଥିବାବେଳେ କେତେକ ଜିଲ୍ଲା ବଞ୍ଚିତ ରହିଛି। ୨୧ଟି ସଂସଦୀୟ କ୍ଷେତ୍ରରୁ ପ୍ରତିନିଧି ବଛାଯିବା ପାଇଁ ମଧ୍ୟ ଚର୍ଚ୍ଚା ହେଉଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କାଳରେ ପଛୁଆ ବର୍ଗ, ମହିଳା ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କୁ ପ୍ରତିନିଧିତ୍ୱ ମିଳିପାରେ।






More Stories
ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ…..