ରିପୋର୍ଟ କାର୍ଡ /ଭୁବନେଶ୍ବର
ରଥଟଣା ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ଅତ୍ୟଧିକ ବିଳମ୍ବ ହେବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ବିଳମ୍ବ ପାଇଁ ପ୍ରଶାସନକୁ ଆଙ୍ଗୁଳି ଦେଖାଉନୁ, ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ସମୟରେ ଏପରି ଘଟଣାକୁ ନେଇ ଚିନ୍ତିତ ଅଛୁ।ଗତ ବର୍ଷର ଘଟଣା ମଧ୍ୟ ମନେ ପକାଇଛନ୍ତି ନବୀନ। କହିଛନ୍ତି, ଗତବର୍ଷ ଆଡ଼ପ ବିଜେ ପହଣ୍ଡି ସମୟର ଅଘଟଣ ଭୁଲିଯିବା ଆମ ପାଇଁ ବି କଷ୍ଟକର। କାଲି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ୱାରରେ ନନ୍ଦିଘୋଷ ଠିଆ ହୋଇଥିବାର ଦେଖିବାକୁ ପାଇଥିଲୁ। ଦିନ ଶେଷ ହେବା ପୂର୍ବରୁ କେବଳ କିଛି ମିଟର ଆଗକୁ ଗଡ଼ିଥିଲା ରଥ। ବିଶ୍ୱରୁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଭାବରେ ହତାଶ ତଥା ଭ୍ରମିତ କରିଛି ବୋଲି ନବୀନ କହିଛନ୍ତି। ସେ କହିଛନ୍ତି, ଭିଡ଼ ପରିଚାଳନାରେ ଅବହେଳା ଯୋଗୁ ଶହଶହ ଭକ୍ତ ଆହତ ମଧ୍ୟ ହୋଇଛନ୍ତି।






More Stories
ପ୍ରବଳ ବର୍ଷା ନେଇ ସତର୍କତା ଜାରି…..
ସପ୍ତାହେ ପ୍ରବଳ ବର୍ଷୀବ……
ବିଜେପି କର୍ମୀଙ୍କୁ ହତ୍ୟା…..