Report Card Odisha

| Daily Odia News

ବ୍ରିଟିଶମାନଙ୍କଠାରୁ ବଳିଗଲା ବିଜେପି:ବିଜେଡି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ଦୃଢ ନିନ୍ଦା କରିଛି ବିଜୁ ଜନତା ଦଳ। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରାଯାଉ। ସରକାରଙ୍କର ଅହଙ୍କାର ଚରମ ସୀମାରେ ପହଞ୍ଚିଲାଣି। ଓଡ଼ିଶାର ନାମ ଏବେ ତଳକୁ ଖସି ଯାଇଛି। ଜଗନ୍ନାଥ ପ୍ରଧାନ ସ୍ୱୀକାର କରିବାପରେ ମଧ୍ୟ ପୋଲିସ କାହିଁକି ଗିରଫ କରୁନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା ଅଶୋକ ପଣ୍ଡା। ସେ ଆହୁରି କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ। ଏହା ଲୋକଙ୍କ ସରକାର ନୁହେଁ, ଲୋକଙ୍କ ବିରୋଧୀ ସରକାର। ଏହା ଏକ ଦୁଃଖଦ ଘଟଣା। ଆମେ ସମସ୍ତେ ଭୟଭୀତ। ସରକାରୀ କର୍ମଚାରୀ ସୁରକ୍ଷିତ ନାହାନ୍ତି। ମୁଖ୍ୟ ଚକ୍ରାନ୍ତକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଘଟଣାରେ ସମ୍ପୃକ୍ତଥିବା ଅନ୍ୟମାନଙ୍କୁ ଗିରଫ କରାଯାଉ। ନିଜେ ସେ ସ୍ୱୀକାର କରିଛନ୍ତି ସେମାନଙ୍କୁ ଜାଣିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅନୁଧ୍ୟାନ କରନ୍ତୁ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଜାତୀୟ ଗଣମାଧ୍ୟମରେ ଏହି ଖବର ଆସୁଛି। ଅମାନୁଷିକ ଭାବେ ଆକ୍ରମଣ ହୋଇଛି। ମୁଁ ବି ୧୦ ବର୍ଷ ମେୟର ଥିଲି, ବ୍ରିଟିଶମାନଙ୍କଠାରୁ ଏମାନେ ବଳିଗଲେ। ଆମର ଦୁଇ ମହିଳା କର୍ପୋରେଟର ଆହତ ହୋଇଛନ୍ତି। ସେମାନେ ଏକ ପ୍ରକାର ରକ୍ତମୁଖା ହୋଇ ଆସିଥିଲେ। ଆମେ ସ୍ଵାଧୀନ ଭାରତରେ ନାହୁଁ। ଆଇନକୁ ସମ୍ମାନ ଦିଆଯାଉ।

Breaking News