ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚଳିତମାସ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ | ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ସୂଚନା ଦେଇଛନ୍ତି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ କରିଛନ୍ତି। ତେବେ ସ୍ବାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଅଗଷ୍ଟ ୧୩ ଓ ୧୪, ଦୁଇଦିନ କୌଣସି ଅଧିବେଶନ ଅନୁଷ୍ଠିତ ହେବ ନାହିଁ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ମୌସୁମି ଅଧିବେଶନ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଥିଲା। ବର୍ତ୍ତମାନ ଏହା ଆଉ ନଅ ଦିନ ବୃଦ୍ଧି କରାଯାଇଛି।






More Stories
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..
ପୁଣି ହେବ ଲକ୍ଡାଉନ୍ !…..
ଭୟଙ୍କର ବିମାନ ଦୁର୍ଘଟଣା…..