Report Card Odisha

| Daily Odia News

ଏଲନ ମସ୍କ ଗଢ଼ିଲେ ନୂଆ ରାଜନୈତିକ ଦଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକାର ୨୪୯ତମ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହୁଚର୍ଚ୍ଚିତ ‘ଓ୍ବାନ ବିଗ ବ୍ୟୁଟିଫୁଲ’ ଆଇନ ଲାଗୁ କରିଛନ୍ତି। ଏହା ମଧ୍ୟରେ ତାଙ୍କ ପୂର୍ବ ସହଯୋଗୀ ତଥା ଉଦ୍ୟୋଗବିତ୍‌ ଏଲନ ମସ୍କ ‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ଏ ନେଇ ମସ୍କ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଘୋଷଣା କରିଛନ୍ତି। ଏହି ଦଳ ଆମେରିକାର ଲୋକଙ୍କୁ ଗୋଟିଏ ଦଳ ବ୍ୟବସ୍ଥାରୁ ମୁକ୍ତି ଦେବ ବୋଲି ମସ୍କ କହିଛନ୍ତି। ମସ୍କଙ୍କ ଏହି ଘୋଷଣା ପରେ ଆମେରିକା ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ମସ୍କ ନିଜ ଏକ୍ସ’ ପୋଷ୍ଟରେ ଆୟୋଜିତ ଏକ ସର୍ବେକ୍ଷଣର ଫଳାଫଳକୁ ନେଇ ଲେଖିଛନ୍ତି ଯେ, ଆଜି ଆମେରିକା ପାର୍ଟିର ଗଠନ ଆପଣମାନଙ୍କୁ ଆପଣଙ୍କ ସ୍ଵାଧୀନତା ଫେରାଇଦେବା ଲାଗି କରାଯାଇଛି। ସର୍ବେକ୍ଷଣରେ ୨:୧ ଅନୁପାତରେ ଜନତା ଏକ ନୂଆ ରାଜନୈତିକ ବିକଳ୍ପର ଇଚ୍ଛା ପ୍ରକାଶ କରିଛନ୍ତି। ଆପଣମାନେ ଏକ ନୂଆ ରାଜନୈତିକ ଦଳ ଚାହୁଁଛନ୍ତି ଏବଂ ଏହା ବର୍ତ୍ତମାନ ଆପଣଙ୍କ ସାମ୍ନାରେ ରହିଛି। ମସ୍କ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ସମାଲୋଚନା କରି କହିଛନ୍ତି, ଯେତେବେଳେ ବିନାଶ ଏବଂ ଭ୍ରଷ୍ଟାଚାର ଦ୍ଵାରା ଆମ ଦେଶକୁ ଦେବାଳିଆ କରିବାର କଥା ଆସୁଛି, ସେତେବେଳେ ଆମେ ଗୋଟିଏ ରାଜନୈତିକ ଦଳ ବ୍ୟବସ୍ଥାରେ ରହିଛୁ, ଗଣତନ୍ତ୍ରରେ ନୁହେଁ। ଆମେରିକା ପାର୍ଟିର ଗଠନ ଆପଣମାନଙ୍କୁ ଆପଣମାନେ ହରାଇଥିବା ସ୍ଵାଧୀନତା ଫେରିପାଇବା ଲାଗି କରାଯାଇଛି।

ଆମେରିକାର ସ୍ଵାଧୀନତା ଦିବସ ଅବସରରେ ଗତ ଜୁଲାଇ ୪ ତାରିଖରେ ମସ୍କ ଏକ୍ସ’ରେ ଏକ ଜନମତ ସର୍ଭେ ପାଇଁ ପୋଷ୍ଟ କରିଥିଲେ। ସେଥିରେ ସେ ପ୍ରଶ୍ନ କରିଥିଲେ ଯେ, ‘ସ୍ଵାଧୀନତା ଦିବସରେ ଏହା ପଚାରିବା ସବୁଠୁ ଉଚିତ ସମୟ ଯେ, ଆପଣମାନେ ଦୁଇ ଦଳ ବ୍ୟବସ୍ଥାରୁ ମୁକ୍ତି ଚାହୁଁଛନ୍ତି କି ! ଆମକୁ ଆମେରିକା ପାର୍ଟି ଗଠନ କରିବା ଦରକାର କି ?’ ଏହି ଜନମତ ସର୍ବେକ୍ଷଣରେ ୬୫.୪% ଲୋକ ‘ହଁ’ରେ ଭୋଟ ଦେଇଥିଲେ। ୩୪.୬ ପ୍ରତିଶତ ‘ନା’ କହିଥିଲେ। ମସ୍କଙ୍କ ଏହାକୁ ନୂଆ ଦଳ ଗଠନ ପାଇଁ ଦୃଢ଼ ଜନସମର୍ଥନ ବୋଲି କହିବା ସହିତ ଦୁଇ ପ୍ରମୁଖ ଦଳ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ପ୍ରତି ଜନତାଙ୍କ ମନରେ ବଢୁଥିବା ଅସନ୍ତୋଷର ପ୍ରତିକ୍ରିୟା ବୋଲି ଦର୍ଶାଇଛନ୍ତି।

Breaking News