ରିପୋର୍ଟ କାର୍ଡ / ପୁରୀ
ଆଜି ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଏହି ଅଧରାମୃତ ପାନ କରିବେ ରଥରେ ଥିବା ପାଶର୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା। ଅପରାହ୍ନ ୪ଟା ୩୦ରୁ ଅଧରପଣା ନୀତି ଆରମ୍ଭ ହୋଇ ରାତି ୮ଟା ୩୦ରେ ଶେଷ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ତେବେ ମଧ୍ୟ ରାତ୍ର ୨ଟାରେ ଶ୍ରୀଜିଉଙ୍କ ରାତ୍ର ପହୁଡ଼ ପଡ଼ିବ। ସେହିପରି ଆସନ୍ତାକାଲି କାଲି ମହାବାହୁ ନୀଳାଦ୍ରି ବିଜେ କରିବେ। ଶନିବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ପରେ ଏକାଦଶୀ ତିଥିରେ ରବିବାର ରଥ ଉପରେ ସୁନାବେଶରେ ଦର୍ଶନ ଦେଇଥିଲେ।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..
ନୂଆପଡାରେ ହୀରା ଖଣି…..