ରିପୋର୍ଟ କାର୍ଡ / ଭୁବନେଶ୍ଵର
ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବଇସ୍ଥିତ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରୁ ସୋମବାର ଡିସଚାର୍ଜ ହୋଇଛନ୍ତି, ହେଲେ ଏବେ ସେ ଓଡ଼ିଶା ଫେରିବେନି। ଏକ ସପ୍ତାହ ସେ ମୁମ୍ବଇରେ ରହିବେ। ସେଠାରେ ତାଙ୍କର ଫିଜିଓଥେରାପି ହେବ। ପରେ ସେ ଓଡ଼ିଶାକୁ ଫେରିବେ ବୋଲି ସୂଚନା ମିଳିଛି। ସୋମବାର ନବୀନ ହସ୍ପିଟାଲରୁ ଡିସଚାର୍ଜ ହୋଇ ଚାଲି ଚାଲି ଆସୁଥିବା ଭିଡିଓ ସେୟାର କରାଯାଇଛି। ହସ୍ପିଟାଲରୁ ବାହାରିବା ସମୟରେ ନବୀନ ଡାକ୍ତର ଓ ମେଡିକାଲ ଟିମ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ନବୀନଙ୍କ ସର୍ଭିକାଲ ଆର୍ଥ୍ରାଇଟିସ୍ ଅେସ୍ତ୍ରାପଚାର ହୋଇଥିଲା।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..