ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଏମ୍ସି ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ତଦନ୍ତ ଆଗକୁ ବଢ଼ାଇଛି କମିସନରେଟ ପୋଲିସ । ଶୁଣାଣିର ଦୁଇ ଦିନ ପୂର୍ବରୁ ଅଦାଲତରେ ପୋଲିସ ଦାଖଲ କରିଛି କେସ୍ ଡାଏରୀ। ଏଥିସହ ସାକ୍ଷୀଙ୍କ ବୟାନ, ଶ୍ରୀ ସାହୁଙ୍କ ଆଘାତ ରିପୋର୍ଟ, ସିସିଟିଭି, ଡିଜିଟାଲ ପ୍ରମାଣପତ୍ର ସହ ଅନ୍ୟାନ୍ୟ ନଥିପତ୍ର ଅଦାଲତରେ ଖାରବେଳନଗର ଥାନା ପୋଲିସ ଦାଖଲ କରିଛି। ବିଏମ୍ସି ଅତିରିକ୍ତ ଆୟୁକ୍ତଙ୍କୁ ମାଡ଼ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାର ୩ଦିନ ପରେ ଜଗନ୍ନାଥ ଆତ୍ମ ସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଜାମିନ ଖାରଜ ହେବାରୁ ତାଙ୍କୁ ଝାରପଡ଼ା କାରାଗାର ପଠାଇ ଦିଆଯାଇଛି। ଖୋର୍ଦ୍ଧା ଜିଲା ଦୌରାଜଜ୍ ଅଦାଲତରେ ଜଗନ୍ନାଥଙ୍କ ସମେତ ଗିରଫ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଲାଗି ଆବେଦନ କରାଯାଇଛି। ଆସନ୍ତା ୯ରେ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଅଦାଲତରେ ଖାରବେଳନଗର ଥାନା ପୁଲିସ ପକ୍ଷରୁ କେସ୍ ଡାଏରୀ ସହ ଅନ୍ୟାନ୍ୟ ପ୍ରମାଣପତ୍ର ଦାଖଲ କରାଯାଇଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..