ରିପୋର୍ଟ କାର୍ଡ / ବାଲିଅନ୍ତା /ପିତବାସ ଦାଶ
ପାହାଳ ମିଠା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତି ପକ୍ଷରୁ ପବିତ୍ର ନୀଳାଦ୍ରି ବିଜୟ ଅବସରରେ ରସଗୋଲା ଦିବସ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ପାହାଳ ଥାନା ଅନ୍ତର୍ଗତ ପାହାଳ ବଜାର ନିକଟରେ ମଙ୍ଗଳବାର ସନ୍ଧ୍ୟା ରେ ଏକ ସଭା ଆୟୋଜିତ ହୋଇଥିଲା। ପାହାଳ ରସଗୋଲା ବଜାର ର ସଭାପତି ଅକ୍ଷୟ କୁମାର ଲେଙ୍କା ଓ ବଜାର କର୍ମକର୍ତ୍ତା ଙ୍କ ମିଳିତ ଆନୁକୁଲ୍ୟରେ ୨୦୧୫ ମସିହାରୁ ରସଗୋଲା ଦିବସ ପାଳନ କରାଯାଉଅଛି। ଆଜିକାର ଏହି ସଭା କୁ ପରିଚାଳନା କରିଥିଲେ ଯନ୍ତ୍ରୀ ତଥା ସାହିତ୍ୟିକ ଶ୍ରୀ ସନ୍ୟାସୀ ଜୀ ମହାରାଜ୍।

ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାଶ, ସମ୍ମାନିତ ଅତିଥି ଭାବେ ଡେପୁଟୀ ମେୟର ମଞ୍ଜୁଲତା କୁଅଁର, ଭୁବନେଶ୍ଵର ୪ନଂ କର୍ପୋରେଟର ସୁକାନ୍ତ ସାହୁ ପାହାଳ ଥାନା ଅଧିକାରୀ ଅଶ୍ଵିନୀ କୁମାର ଜେନା, ବଂଶିଧର ଭୋଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟ ବକ୍ତା ଭାବେ ଯନ୍ତ୍ରୀ ଶ୍ରୀ ସନ୍ୟାସୀ ଜୀ ମହାରାଜ୍ , ସାହିତ୍ୟିକ ତଥା ସ୍ତମ୍ଭକାର ଅଶିତ୍ କୁମାର ମହାନ୍ତି କବି ଜ୍ଞାନ ନନ୍ଦ ସାଗର ବେହେରା ମହାରାଜ୍, ଡଃ ଅନିତା ସାବତ, ଡି.ଆଇ.ସି ସମୋଚିତା ମଲ୍ଲିକ୍, ଉତ୍କଳ ମିଷ୍ଟାନ୍ନ ସଂଘ ର ସଭାପତି ବିମ୍ବାଧର ବେହେରା। ୨୦୧୫ରୁ ପାଳନ ହୋଇ ଆସୁଥିବା ଏହି ରସଗୋଲା ଦିବସ ରେ ଅତିଥି ମାନେ ଓଡିଶାର ସଂସ୍କୃତି ସହ ରସଗୋଲା ଜଡ଼ିତ ବୋଲି କହିଥିଲେ। ପାହାଳ ରସଗୋଲାକୁ ବିଶ୍ଵ ସ୍ତରରେ ପହଞ୍ଚାଇବା ପାଇଁ ଆମ ଦଳ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ବୋଲି ମେୟର କହିଥିଲେ। ପରିଶେଷରେ ଅକ୍ଷୟ କୁମାର ଲେଙ୍କା ଧନ୍ୟବାଦ୍ ଅର୍ପଣ କରିଥିଲେ।
ପୀତବାସ ଦାଶ,ବାଲିଅନ୍ତା
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..