ରିପୋର୍ଟ କାର୍ଡ / ସମ୍ବଲପୁର
ଉପରମୁଣ୍ଡରେ ବର୍ଷା ସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୬ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଅପରାହ୍ଣ ୩ଟାରେ ୨ଟି ଏବଂ ୫ଟାରେ ଅତିରିକ୍ତ ୪ଟି ଫାଟକ ଖୋଲାଯାଇଥିଲା। ସୂଚନା ଅନୁସାରେ, ମଙ୍ଗଳବାର ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୨୬.୩୫ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୯୫,୨୭୭ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ବିଭିନ୍ନ ମାଧ୍ୟମରେ ୧ ଲକ୍ଷ ୩୩ ହଜାର ୩୯୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନଦୀବନ୍ଧର ବାମ ପଟ ୧୭, ୧୮, ୧୯ ଓ ୨୪ ଏବଂ ଡାହାଣ ପଟ ୪୯ ଓ ୫୦ ନମ୍ବର ଫାଟକରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ରାତି ୯ଟାରେ ମୁଣ୍ଡଳିରେ ସେକେଣ୍ଡ ପିଛା ୮୭, ୭୦୦ ଘନଫୁଟ ଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି ।






More Stories
ଅଟୋ ଚାଳକଙ୍କ ହଙ୍ଗାମା;୪୦୦ ଗାଡ଼ି ଜବତ……
କଟିଲେ ୨୪.୩୩ ଲକ୍ଷ ଭୋଟର…..
ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍ଏମ୍ଡିଆର୍ ବିଲ୍……