ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୮ରେ ହେବାକୁ ଥିବା ମନ୍ କି ବାତ୍ କାର୍ଯ୍ୟକ୍ରମ ପାଇଁ ଦେଶବାସୀଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତାମତ ଲୋଡ଼ିଛନ୍ତିି। କେଉଁ କେଉଁ ପ୍ରସଙ୍ଗକୁ ମନ୍ କି ବାତ୍ରେ ଗୁରୁତ୍ୱ ପ୍ରଦାନ କରାଯିବା ସେ ନେଇ ମୋଦି ଏଭଳି କରିଛନ୍ତି। ମତାମତ ମାଇଁଗଭ୍ ଏବଂ ନମୋ ଆପ୍ରେ ପଠାଯାଇ ପାରିବ। ସେହିପରି ମତାମତକୁ ରେକର୍ଡିଂ କରି ମଧ୍ୟ ପଠାଯାଇ ପାରିବ। ମତାମତ ନିଶୁଳ୍କ ନମ୍ବର ୧୮୦୦-୧୧-୭୮୦୦କୁ ଡାଏଲ୍ କରି ମଧ୍ୟ ପ୍ରଦାନ କରାଯାଇ ପାରିବ। ଏସ୍ଏମ୍ଏସ୍ ଲିଙ୍କ୍ ପାଇଁ ୧୯୨୨କୁ ମଧ୍ୟ ମିସଡ୍ କଲ କରାଯାଇ ପାରିବ ବୋଲି ମୋଦି ଟୁଇଟ୍ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ୭୫ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ପାଳିତ ହେବାକୁ ଯାଉଥିବା ୭୫ ତମ ସ୍ବାଧୀନତା ଦିବସ ସହିତ ସାମ୍ୟତା ରଖୁଥିବାରୁ ସେ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଆବଶ୍ୟକ ତଥ୍ୟ ଯୋଗାଇ ଦେବାକୁ କହିଛନ୍ତି।





More Stories
ଖଡଗେ-ନଡ୍ଡା ମୁହାଁମୁହିଁ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..