ରିପୋର୍ଟ କାର୍ଡ / ଭୁବନେଶ୍ୱର
କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା ହୋଉଛି । ୩୦ସୁଦ୍ଧା ଜିଲ୍ଲା ସଭାପତି ନାଁ ହେବ ଘୋଷଣା । ଓଡ଼ିଶାର ବରିଷ୍ଠ ନେତାଙ୍କ ସହ ଏଆଇସିସି କରିବ ବୈଠକ । ଫୋକସରେ ତୃଣମୂଳ ସଂଗଠନ । ଓଡ଼ିଶାରେ ଶକ୍ତିଶାଳୀ ହେବ କଂଗ୍ରେସ । ଏଆଇସିସି ଫୋକସରେ ଓଡ଼ିଶା । ସଙ୍ଗଠନ ସୃଜନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ ଶେଷ ହେବା ପରେ ଓଡ଼ିଶା ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୩୦ ତାରିଖ ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିବା ନିଷ୍ପତ୍ତି ହୋଇଥିବାରୁ ଏହାପୂର୍ବରୁ ଓଡ଼ିଶାର ମଙ୍ଗୁଆଳ ସହ ବୈଠକ କରିବ ଏଆଇସିସି । ଆସନ୍ତା ୨୨ତାରିଖରେ ଏଆଇସିସି ଓଡ଼ିଶା ସଙ୍ଗଠନ ଉପରେ ଆଲୋଚନା କରିବ । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି । ବିଧାନସଭାରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଓଡ଼ିଶାରେ କଂଗ୍ରେସ ସଙ୍ଗଠନ ମଜଭୁତ କରି କିପରି ଦଳ କ୍ଷମତାକୁ ଫେରିବ ତାହା ଉପରେ ଏଆଇସିସି ଫୋକସ କରିଛି ବୋଲି ସେ କହିଛନ୍ତି । ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ମାନେ ରିପୋର୍ଟ ଦେଇଛନ୍ତି । ତାହା ଉପରେ ଚୂଡାନ୍ତ ମୋହର ବାଜିବ
More Stories
ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା…..
ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡି…..
କଟକରେ ଭାଙ୍ଗିଲା ତୋରଣ…..