Report Card Odisha

| Daily Odia News

ମିଥୁନ୍‌ ବିସିସିଆଇର ନୂଆ ସଭାପତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ମିଥୁନ୍‌ ମନହାସ ବିସିସିଆଇର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି । ସେ ରୋଜର ବିନ୍ନୀଙ୍କ ସ୍ଥାନ ନେବେ। ରାଜୀବ ଶୁକ୍ଲା ପୂର୍ବ ପରି ତାଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି । କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ ର ବର୍ତ୍ତମାନର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ସ୍ପିନର ରଘୁରାମ ଭଟ୍ଟ ବିସିସିଆଇର କୋଷାଧ୍ୟକ୍ଷ ହୋଇଛନ୍ତି । ତାଙ୍କ ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେଉଛି । ଦେବଜିତ୍ ସାଇକିଆ ସଚିବ ପଦରେ ବଜାୟ ରହିଥିବାବେଳେ ପ୍ରଭାତେଜ ଭାଟିଆଙ୍କୁ ଯୁଗ୍ମ ସଚିବ ଚୟନ କରାଯାଇଛି ।ତେବେ ଜମ୍ମୁ କାଶ୍ମୀରରେ ଜନ୍ମ ଗ୍ରହଣ କରିଥିଲେ ମିଥୁନ୍ । ସେ ଦିଲ୍ଲୀ ପାଇଁ ସର୍ବାଧିକ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି । ସେ ମିଡିଲ୍ ଅର୍ଡର ବ୍ୟାଟର ଏବଂ ରଣଜୀ ଟ୍ରଫିରେ ଦିଲ୍ଲୀର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ମନହାସ ୧୫୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୯୭୦୦ ରନ୍ କରିଛନ୍ତି । ସେହିଭଳି ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ, ପୁଣେ ୱାରିୟର୍ସ ଏବଂ ସିଏସକେ ଦଳ ପାଇଁ ମଧ୍ୟ ଖେଳିଛନ୍ତି । ସେ ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି, ଯିଏ ବିସିସିଆଇର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି ।

Breaking News