ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଛି। ବିଧାନସଭା ପରିସରରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ବାବୁ ସିଂଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରରେ ଉତ୍କଳମଣିଙ୍କ ଲୋକପ୍ରିୟ ସଙ୍ଗୀତ ମିଶୁ ମୋର ଦେହ ଏ ଦେଶ ମାଟିରେ ଗାନ କରାଯାଇଥିଲା। ଗୋପବନ୍ଧୁଙ୍କ ଦାୟାଦ ଓ ବରପୁତ୍ରମାନଙ୍କୁ ସମ୍ମାନ ଜଣାଇବା ସହ ଯୁବପିଢିମାନେ ତାଙ୍କ ମାର୍ଗକୁ ଅନୁକରଣ କରି ଆଗକୁ ବଢ଼ିବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..