ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାତିରେ ଜୟ ଢୋଲକିଆଙ୍କ ସହ କଥା ହୋଇଥିଲା ବିଜେଡି କିନ୍ତୁ ସକାଳୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସକାଳୁ ବିଜେଡି ନେତାମାନେ ଅପେକ୍ଷା କରିଛନ୍ତି ହେଲେ ଆସିଲେନି ଜୟ। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ଜୟ ଢୋଲକିଆ ବିଜେପିରେ ମିଶିବା କଥାକୁ ସେ ସ୍ଵୀକାର କରିଛନ୍ତି। ସେପଟେ ନୂଆପଡାରେ ନବୀନ ପଟ୍ଟନାୟକ ଛିଡା ହେଲେ ବି ଜିତିବ ବିଜେପି। ଏଭଳି କିଛି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ଯାଜପୁର ସାଂସଦ ରବି ନାରାୟଣ ବେହେରା। ଜୟଙ୍କ ସମେତ ଅନେକ ଅଶାୟୀ ବିଜେପିରେ ସାମିଲ ହେବାକୁ ଅଛନ୍ତି , କିନ୍ତୁ ଜୟ ଏହି ରେସ୍ ରେ ଆଗରେ ଥିବା ସେ କହିଛନ୍ତି। ନୂଆପଡା ଉପନିର୍ବାଚନରେ ବିଜେପି ଜିତିବ। ବିଜେଡିରେ ଏକଛତ୍ରବାଦ୍ ଶାସନ ଧ୍ବଂସ ହେବାରେ ଲାଗିଛି ବୋଲି ଦୋହରାଇଛନ୍ତି ରବି ବେହେରା।






More Stories
ଅଧାରେ ଅଟକିଲା ରୁକୁଣା ରଥ: ଆଜି ଅପରାହ୍ନରେ ରଥଟଣା…..
ରିଙ୍କୁ ଉପଅଧିନାୟକ….
ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ…..