ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ଏଣିକି ତହସିଲ ଅଫିସରେ ଜମି କିଣାବିକା ହୋଇପାରିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି। ନଭେମ୍ବର ୧ ତାରିଖରୁ ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା ହେବ। ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ଏହା ଆରମ୍ଭ ହେବ। ପରେ ଡିସେମ୍ବର ମାସରେ ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହୋଇଯିବ ବୋଲି ମନ୍ତ୍ରୀ କହିଛନ୍ତି। ନଭେମ୍ବର ୧ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ। ଅନ୍ଲାଇନରେ ସ୍ଲଟ ବୁକ କରି ତହସିଲ କାର୍ଯ୍ୟାଳୟରେ ଜମି ପଞ୍ଜିକରଣ କରି ପାରିବେ ବୋଲି ମନ୍ତ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..