ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ)ର ୨୧ତମ କିସ୍ତି ଆସନ୍ତା ୧୯ ତାରିଖ (ବୁଧବାର) ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କିସ୍ତି ବାବଦ ଅର୍ଥ ଯୋଜନା ଅନ୍ତର୍ଭୁକ୍ତ ୨୦କୋଟି କୃଷକଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରିବେ। ଏହି କିସ୍ତିରେ ପ୍ରତି କୃଷକଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା ହେବ। ପିଏମ୍-କିଷାନ ଯୋଜନାରେ ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ତିନିଟି କିସ୍ତିରେ ପ୍ରଦାନ କରାଯାଉଛି। ୨୦୧୯ ଫେବୃଆରୀ ୨୪ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩.୭୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇସାରିଲାଣି






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..