ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ତିନି ଦିନ ପରେ ଆଜି ଅର୍ଥାତ୍ ସୋମବାର(ନଭେମ୍ବର ୧୭)ରେ ଜନତା ଦଳ (ୟୁନାଇଟେଡ୍) ନେତା ନୀତୀଶ କୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ ରହିବାକୁ ଅନୁରୋଧ କରିଛନ୍ତି। ଇସ୍ତଫା ଦେବା ପୂର୍ବରୁ ନୀତୀଶ କୁମାର ସରକାରଙ୍କ ଶେଷ କ୍ୟାବିନେଟ୍ ବୈଠକ କରିଥିଲେ, ଯେଉଁଥିରେ କ୍ୟାବିନେଟ ଭାଙ୍ଗିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା। ଆସନ୍ତା ୧୯ ତାରିଖରେ ବିଧାନସଭା ଭଙ୍ଗ କରିବା ନେଇ ନୀତୀଶ ସୂଚନା ଦେଇଛନ୍ତି।କ୍ୟାବିନେଟ ବୈଠକ ଶେଷ ହେବା ପରେ ସେ ରାଜଭବନ ଯାଇ ଇସ୍ତଫା ପ୍ରଦାନ କରିଥିଲେ। ନୀତୀଶ କୁମାରଙ୍କ ଇସ୍ତଫା ସହିତ ବର୍ତ୍ତମାନର ସରକାର ଆନୁଷ୍ଠାନିକ ଭାବରେ ଭାଙ୍ଗିଯାଇଛି। ନଭେମ୍ବର ୧୪ରେ ଘୋଷଣା ହୋଇଥିବା ବିହାର ନିର୍ବାଚନର ଫଳାଫଳରୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ଏକ ବଡ଼ ବିଜୟ ହାସଲ କରିଛି । ଏହି ସମୟରେ, ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ବିଷୟରେ ଏବେ ପ୍ରଶ୍ନ ଉଠାଯାଉଛି। ସୂଚନା ଅନୁଯାୟୀ, ନୀତୀଶ କୁମାର ନଭେମ୍ବର ୨୦ରେ ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..