Report Card Odisha

| Daily Odia News

ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତିନଗର ଗଳିର ଏକ ନାଳରୁ ନାବାଳିକାର ମୃତଦେହ ମିଳିବାକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। ନାବାଳିକା ଜଣକ ଶାନ୍ତିନଗର ଅଞ୍ଚଳର ଅଶୋକ କୁମାର ମିଶ୍ର ଓ ସୁରେଖା ମିଶ୍ରଙ୍କ ନାତୁଣୀ ତଥା ମା-ବାପା ଛେଉଣ୍ଡ ସାଇଶ୍ରଦ୍ଧା ମିଶ୍ର (୧୫)। ସେ ତାଙ୍କ ଜେଜେମା-ଜେଜେଙ୍କ ନିକଟରେ ରହି ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ । ତେବେ ସାଇଶ୍ରଦ୍ଧାଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ଅନୁଗୁଳରେ ଥିବା ତାଙ୍କ ମାମୁଁ , ମାଇଁ ହତ୍ୟା ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ସମ୍ପତ୍ତି ଲୋଭରେ ଜେଜେ, ଜେଜେମା ଏବଂ ପିଉସୀ ସାଇଶ୍ରଦ୍ଧାଙ୍କୁ ହତ୍ୟା କରିଛନ୍ତି। ମାମୁ କହିଛନ୍ତି, ୨୦୧୭ରେ ଆମ ଭଉଣୀ ଅର୍ଥାତ୍‌ ସାଇଶ୍ରଦ୍ଧାଙ୍କ ମା’ଙ୍କୁ ମଧ୍ୟ ମାରି ଆତ୍ମହତ୍ୟା ରୂପ ଦେଇଥିଲେ ପରିବାର ଲୋକେ। ମା’ର ହତ୍ୟାକୁ ଝିଅ ଦେଖି ଥିବାରୁ କୋର୍ଟରେ ଦୋଷୀ ହେବାର ଆଶଙ୍କା ଥିଲା। ଭାଣିଜୀକୁ ୧୮ ପୂରିଥିଲେ ସମ୍ପତ୍ତିର ଅଧିକାର ପାଇବାକୁ ଥିବାରୁ ତାକୁ ହତ୍ୟା କରାଯାଇଛି । ସେପଟେ କିନ୍ତୁ ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନାବାଳିକାଙ୍କ ପିଉସୀ। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ପୋଲିସ ତଦନ୍ତକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି। ପୋଲିସ ଘଟଣାରେ ଅଧିକ ଖୋଳତାଡ୍‌ ଜାରି ରଖିଛି।

Breaking News