ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ ସବ-ଇନ୍ସପେକ୍ଟର ଅମିନ ଖାନ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି । ଜବତ ଟ୍ରାକ୍ଟର ଏବଂ ଟ୍ରଲରକୁ ଛାଡିବା ପାଇଁ ଗାଡି ମାଲିକଙ୍କଠାରୁ ଲାଞ୍ଚ ଦାବି କରିବା ଏବଂ ନେବା ଅଭିଯୋଗରେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହୋଇଥିଲେ । ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅମିନ୍ଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଦେବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହେବା ପରେ, ଓଡ଼ିଶା ଭିଜିଲାନ୍ସ ଏବେ ଭୁବନେଶ୍ୱରର ନନ୍ଦନକାନନ ପିଏସ୍ର ପୂର୍ବତନ ସବ-ଇନ୍ସପେକ୍ଟର ଅଫ୍ ପୋଲିସ (ଅବସରପ୍ରାପ୍ତ) ଅମିନ ଖାନଙ୍କ ପେନସନ୍ ବନ୍ଦ କରିବା ପାଇଁ ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରାଯିବ ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….