ରିପୋର୍ଟ କାର୍ଡ / କଟକ
ଓଡ଼ିଶାର ବିଧାୟକମାନଙ୍କ ଦରମା ବୃଦ୍ଧିକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ଏହି ଦରମା ବୃଦ୍ଧି ଅସାମ୍ବିଧାନିକ ବୋଲି ଦର୍ଶାଇ ବୃଦ୍ଧି ନିଷ୍ପତ୍ତିକୁ ବାତିଲ କରିବା ସହ ସ୍ବାଧୀନ ପେ’ କମିସନ ଗଠନ ପାଇଁ ନିର୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି। ମାମଲାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଅର୍ଥ ମନ୍ତ୍ରୀ, ବିଧାୟକ ଦଳ ନେତାଙ୍କୁ ପକ୍ଷଭୁକ୍ତ କରାଯାଇଛି।ସମାଜସେବୀ ନାରାୟଣ ଚନ୍ଦ୍ର ଜେନା ଏହି ମାମଲା ରୁଜୁ କରି ଦର୍ଶାଇଛନ୍ତି ଯେ ଓଡ଼ିଶା ବିଧାୟକମାନଙ୍କ ଦରମା ଅନ୍ୟ ସମସ୍ତ ରାଜ୍ୟର ବିଧାୟକମାନଙ୍କ ଅପେକ୍ଷା ଅଧିକ। ଓଡ଼ିଶା ଭଳି ଗରିବ ରାଜ୍ୟରେ ଏଭଳି ଦରମା ବୃଦ୍ଧି କରିବା ଦ୍ବାରା ଅର୍ଥ ବ୍ୟବସ୍ଥା ଉପରେ ଗୁରତର ପ୍ରଭାବ ପଡ଼ିବ। ବହୁ ଜିଲାର ଲୋକେ ରୋଜଗାର ନପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ଋଣ ଜାଲରେ ଛନ୍ଦି ହୋଇପଡ଼ିଛି। ଅନେକ ପିଲାମାନେ ପୁଷ୍ଟିସାର ଖାଦ୍ୟ ଅଭାବ ଯୋଗୁ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଦରମା ବୃଦ୍ଧି ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଅାଇନ ତଥା ଅସାମ୍ବିଧାନିକ। ତେଣୁ ଅଦାଲତ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବାତିଲ୍ କରିବା ସହ ଏକ ସ୍ୱାଧୀନ େପ’ କମିସନ ଗଠନ ପାଇଁ ନିର୍ଦେଶ େଦବାକୁ ପ୍ରାର୍ଥନା କରିଛନ୍ତି।






More Stories
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……
୨୪ରେ ରାଜ୍ୟ କ୍ୟାବିନେଟ……
ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗଣିବେ ୧୦ ହଜାର…..