Report Card Odisha

| Daily Odia News

ଭିତର ଭଣ୍ଡାରରେ ହେବ ଗଣତିମଣତି…..

ରିପୋର୍ଟ କାର୍ଡ / ପୁରୀ

୨୭ ତାରିଖରେ ରତ୍ନଭଣ୍ଡାର ସଂପର୍କିତ ବୈଠକ ଅନୁଷ୍ଠିତ ହେବ। ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ମରାମତି ପରେ ଅଳଙ୍କାର ପୂର୍ଣ୍ଣ ସ୍ଥାପିତ ହୋଇଛି। ଏ ନେଇ ଏକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ସେ କହିଛନ୍ତି ଗଣତି ମଣତି ନେଇ SOP ଉପରେ ଆଲୋଚନା ହେବ। ଏ ନେଇ ସେ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ କାମନା କରିଛନ୍ତି। ଜାନୁଆରୀ ମାସ ମଧ୍ୟରେ ଗଣତି ମଣତି କାର୍ଯ୍ୟକ୍ରମ ସାରିବାକୁ ଚାହୁଁଛୁ। ୧୯୭୮ ମସିହା ଗଣତି ମଣତି ତାଲିକା ସହ ଟାଲି କରାଯିବ। ଭିତର ଭଣ୍ଡାରରେ ଗଣତିମଣତି କରାଯିବ। ତେବେ ଏହି ବୈଠକରେ ଅନ୍ୟ ସଦସ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ଯୋଗଦେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

Breaking News