ରିପୋର୍ଟ କାର୍ଡ / ଭୁବନେଶ୍ବର
ଦେଶରେ କେତକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି | ଏହା ଭିତରେ ଓଡ଼ିଶାର କରୋନା ସଂକ୍ରାମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁ ସାରିଛି | ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପୁଣି କଟକଣା କଡ଼ା କଲା ଜିଏ । ଗତ ଜୁନ୍ ମାସରେ ଲାଗୁ ହୋଇଥିବା କଟକଣା ପୁନଃ ଲାଗୁ ନିର୍ଦ୍ଦେଶ ହୋଇଛି। ଅଫିସ ପରିସରରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅଫିସ୍ରେ କର୍ମଚାରୀଙ୍କ ମଧ୍ୟରେ ଦୁଇ ମିଟର ଦୂରତା ଜରୁରୀ। କରିଡ଼ରରେ ଅନାବଶ୍ୟକ ଗହଳି ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ନିୟମିତ ଭାବେ ୨୦ ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ। ଅଫିସିଆଲ ମିଟିଂ ପାଇଁ ଭିଡିଓ କନଫରେନସିଂକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗନ୍ତୁକଙ୍କୁ ଯଥାସମ୍ଭବ କମ୍ ଅଫିସ ଭିତରକୁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ବିଭିନ୍ନ ଜିଲ୍ଲାରୁ ୧୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।






More Stories
ଆକ୍ସନ ନେବେ ଉପମୁଖ୍ୟମନ୍ତ୍ରୀ…..
ଟ୍ୟୁଶନ ହେବେ ରାଜସ୍ବ ବାବୁ…..
ଭିତର ଭଣ୍ଡାରରେ ହେବ ଗଣତିମଣତି…..