ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପ୍ରଦାନ କରିଛନ୍ତି। ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡ୍ରପ ଆଉଟ ହ୍ରାସ କରିବାକୁ ଆରମ୍ଭ ହେବ ମାଗଣା ବସ୍ ସେବା। ଉଭୟ ଏସି ଓ ନନ ଏସି ବସ୍ରେ ଏହି ସେବା ଲାଗୁ ହେବ। ବସ୍ରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରୀଛାତ୍ର। ବର୍ତ୍ତମାନ OSRTC ବସ୍ ରୁଟ ଓ ଟାଇମିଂରେ ସଂଶୋଧନ କରିବ । ସଂଶୋଧିତ ରଟ୍ରେସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ କରାଯିବ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..