Report Card Odisha

| Daily Odia News

କାର୍ଯ୍ୟରେ ଯୋଗ ଦିଅନ୍ତୁ ଡାକ୍ତର:ସ୍ବାସ୍ଥ୍ୟ ମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ। ଆଲୋଚନା ଦ୍ବାରା ସବୁ ସମାଧାନ ହେବ, ଆମ ସହ ଆଲୋଚନା କରନ୍ତୁ। ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ରାଜ୍ୟରେ ସୋମବାରଠାରୁ ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ହେବ। ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ କନିଷ୍ଠ ଡାକ୍ତର ସଂଘ ମଧ୍ୟ ସହମତି ଜଣାଇଛି । ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୦ ଦଫା ଦାବି ପୂରଣ ନେଇ ଓମ୍‌ସା ପ୍ରତିବାଦ କରିବା ସହିତ କଳାବ୍ୟାଜ୍ ପିନ୍ଧି ଗତ ୨୬ତାରିଖରୁ ଓପିଡି ବନ୍ଦ ଜାରି ରଖିଛି। ଆଜିଠୁ ୯ଟାରୁ ୧୧ଟା ଯାଏଁ ଓପିଡି ବନ୍ଦ ରଖିବାକୁ ଓମ୍‌ସାର ନିଷ୍ପତ୍ତି ନେଇଛନ୍ତି।

Breaking News