ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାନୁଆରୀ ୧୭ରୁ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କଲକାତା ଏବଂ ଗୌହାଟି ମଧ୍ୟରେ ଏହି ପ୍ରଥମ ଟ୍ରେନ୍ ଚଳାଚଳ କରିବ । ଏହାକୁ ପଶ୍ଚିମବଙ୍ଗର ମାଲଦା ଟାଉନରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟ୍ରେନ୍ କାମାକ୍ଷା ଏବଂ ହାୱଡା ଜଙ୍କସନ ମଧ୍ୟରେ ଛଅ ଦିନ ପାଇଁ ଚାଲିବ ।ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଛଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ମଧ୍ୟ ଆରମ୍ଭ କରାଯିବ । ଯାହାର ସେବା ଜାନୁଆରୀ ୧୭ ଏବଂ ୧୮ରେ ଆରମ୍ଭ ହେବ । ରେଳ ସେବା ପୁରସ୍କାର ସମାରୋହରେ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଭାରତୀୟ ରେଳବାଇ ୨୦୨୬ରେ ଏଖ ବଡ ପରିବର୍ତ୍ତନ ଆଣିବ । ଏଥିରେ ସମସ୍ତ ପ୍ରକାରର ଉନ୍ନତି ପାଇଁ କୃତ୍ରିମ ବୃଦ୍ଧିମତ୍ତା(ଏଆଇ)ର ବ୍ୟାପକ ବ୍ୟବହାର ଅନ୍ତର୍ଭୁକ୍ତ । ରେଳମନ୍ତ୍ରୀ କହିଛନ୍ତି, “ଆମେ ଭାରତର ଷ୍ଟାର୍ଟଅପ୍ ଏବଂ ନବସୃଜନଶୀଳ ମନକୁ ରେଳବାଇ ସହିତ ଯୋଡ଼ିବୁ।” ରେଳମନ୍ତ୍ରୀ କହିଛନ୍ତି ଯେ ରେଳବାଇରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ସଂରଚନାତ୍ମକ ପଦ୍ଧତି ଗ୍ରହଣ କରାଯିବ। ଯାହା ଦ୍ୱାରା ଭାରତର ଷ୍ଟାର୍ଟଅପ୍ ଏବଂ ନବସୃଜନଶୀଳ ମନକୁ ରେଳବାଇ ସହିତ ସଂଯୋଗ କରାଯାଇପାରିବ। ଏହି ଉଦ୍ଦେଶ୍ୟରେ ଏକ ପ୍ରଯୁକ୍ତିବିଦ୍ୟା ନବସୃଜନ ପୋର୍ଟାଲ୍ ଆରମ୍ଭ କରାଯିବ। ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ପାଇଁ AI କୁ ବ୍ୟାପକ ଭାବରେ ବ୍ୟବହାର କରାଯିବ।






More Stories
ବାଂଲାଦେଶ ସୀମାରେ ୧୧୦୦ ଅନୁପ୍ରବେଶ ଉଦ୍ୟମ…..
ବାଂଲାଦେଶରେ ମକର ସଂକ୍ରାନ୍ତି ପାଳନ ନକରିବାକୁ ସିଧାସଳଖ ଧମକ……
ଇରାନରେ ପ୍ରତିବାଦ ହିଂସାରେ ପରିଣତ,ଇଣ୍ଟରନେଟ୍ ସେବା ବନ୍ଦ……