Report Card Odisha

| Daily Odia News

ମାସୁଦ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ଭାରତ ଉପରେ ଆକ୍ରମଣ କରିବା ଲାଗି ନିଜର ପ୍ରସ୍ତୁତି ବାବଦରେ ଘୋଷଣା କରିଛି। ଏକ ଅଡିଓ ଓ ଭିଡିଓ ବାର୍ତ୍ତାରେ ଆଝାର କହିଛି ଯେ ଜୈସ-ଇ-ମହମ୍ମଦ ପାଖରେ ଏବେ ହଜାର ହଜାର ଆତ୍ମଘାତୀ ବୋମାଧାରୀ ଅଛନ୍ତି। ଏହି ଆତ୍ମଘାତୀ ବୋମାଧାରୀଙ୍କୁ ଯେକୌଣସି ସମୟରେ ଯେଉଁଠି ଆକ୍ରମଣ ଘଟାଇବାକୁ ମୁତୟନ କରାଯାଇପାରେ। ଆଝାର ଯେଉଁ ଭିଡିଓ ପୋଷ୍ଟ କରିଛି ସେଥିରେ ତାକୁ ଦେଖିବାକୁ ମିଳି ନାହିଁ। ମାତ୍ର ଏହି ଭିଡିଓରେ ପହଲଗାଓଁ ମାଷ୍ଟରମାଇଣ୍ଡ ତଥା ଲସ୍କର-ଇ-ତୋଇବାର ଉପମୁଖ୍ୟ ସୈଫୁଲ୍ଲା କସୁରୀକୁ ଦେଖିବାକୁ ମିଳିଛି। କସୁରୀ କହିଛି ଯେ ଅପରେସନ ସିନ୍ଦୂରରେ ପ୍ରାଣ ହରାଇଥିବା ପାକିସ୍ତାନ ସୈନ୍ୟଙ୍କ ଅନ୍ତେଷ୍ଟିକ୍ରିୟା ଉତ୍ସବରେ ତାକୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ଭିଡିଓଟି ଏକ ସ୍କୁଲ ମଧ୍ୟରେ ରେକର୍ଡ କରାଯାଇଛି ଯେଉଁଥିରେ ଶହଶହ ସଂଖ୍ୟାରେ ପିଲାଙ୍କୁ ଦେଖିବାକୁ ମିଳିଛି। ଭାରତର ସାମରିକ ଅଭିଯାନ ଅପରେସନ ସିନ୍ଦୂରରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବା ଜୈସ-ଇ-ମହମ୍ମଦ ଏବେ ନିଜର ସଂଗଠନକୁ ସୁଦୃଢ କରିବାକୁ ଉଦ୍ୟମ ଚଳାଇଛି।

Breaking News