Report Card Odisha

| Daily Odia News

ରୁଷ୍‌-ୟୁକ୍ରେନ-ଆମେରିକା ତ୍ରିପାକ୍ଷିକ ଆଲୋଚନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜିଠାରୁ ଦୁଇଦିନ ଧରି ସଂଯୁକ୍ତ ଆରବ ଏମିରେଟ୍‌ସରେ ରୁଷ,ୟୁକ୍ରେନ ଓ ଆମେରିକା ମଧ୍ୟରେ ତ୍ରିପାକ୍ଷିତ ଆଲୋଚନା ଆରମ୍ଭ ହେବ ବୋଲି ଜଣାପଡିଛି। ଗୁରୁବାର ସୁଇଜରଲାଣ୍ଡର ଡାଭୋସ୍‌ଠାରେ ଚାଲିଥିବା ବିଶ୍ବ ଅର୍ଥନୈତିକ ଫୋରମ ବୈଠକରେ ଯୋଗଦେବା ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ଏହି ସୂଚନା ଦେଇଛନ୍ତି। ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ୨୦୨୨ରୁ ଯୁଦ୍ଧ ଲାଗିଥିବାବେଳେ ଆମେରିକା ଏଥିରେ ମଧ୍ୟସ୍ଥତା କରୁଛି। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଓ ଜେଲେନ୍‌ସ୍କିଙ୍କ ସହ ପୃଥକ ଆଲୋଚନା କରିସାରିଛନ୍ତି। ତେବେ ପ୍ରଥମ ଥର ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଏଭଳି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଡାଭୋସ୍‌ରେ ଜେଲେନ୍‌ସ୍କି ଓ ଟ୍ରମ୍ପ ଏହି ପ୍ରସଙ୍ଗ ନେଇ ଆଲୋଚନା କରିସାରିଛନ୍ତି। ଆମେରିକା ପ୍ରତିନିଧିଦଳ ଇତିମଧ୍ୟରେ ପୁଟିନଙ୍କ ସହ ଆଲୋଚନା କରିବାକୁ ମସ୍କୋ ଯାଇଛନ୍ତି। ଅବଶ୍ୟ ଏହି ବୈଠକରେ ଟ୍ରମ୍ପ, ପୁଟିନ ଏବଂ ଜେଲେନ୍‌ସ୍କିଙ୍କ ପରିବର୍ତ୍ତେ ସେମାନଙ୍କର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Breaking News