ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଆଜି ଭୁବନେଶ୍ବରରେ ଥିବା ଇସ୍କନ ମନ୍ଦିର ପରିଦର୍ଶନ କରିଛନ୍ତି। ସେ ସେଠାରେ ପୂର୍ବାହ୍ନ ୧୦.୧୦ରେ ପହଞ୍ଚିଥିଲେ । ଦୀର୍ଘ ୪୫ ମିନିଟ୍ ଧରି ମନ୍ଦିର ଭିତରେ ରହିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ। କିଛି ସମୟ ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥିଲା। କୋଭିଡ ପାଇଁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ପାଇଁ କଡ଼ା ନିର୍ଦ୍ଦେଶ ଥିଲା। କଡ଼ା ସୁରକ୍ଷା ଭିତରେ ଦର୍ଶନ କରିବା ପରେ ରାଜଭବନ ଫେରି ଯାଇଥିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..