Report Card Odisha

| Daily Odia News

ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରୁ ଏହା ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଗଞ୍ଜାମ ମା ତାରାତାରିଣୀଙ୍କ ପୀଠରେ ମୁଖ୍ଯମନ୍ତ୍ରୀ କନ୍ଯା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ଯକ୍ରମରେ ଯୋଗଦେବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଦିନ ସାଢେ ୧୧ଟାରେ ପହଞ୍ଚି ଏହି ଯୋଜନାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆରମ୍ଭ କରିବେ । ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରତି ଜିଲାର ୧୫ରୁ ୩୫ବର୍ଷ ମଧ୍ୟରେ ବିବାହ କରୁଥିବା ଯୁବତୀଙ୍କୁ ଏହି ଉପହାର ଦେବେ ସରକାର । ପ୍ରାୟ ଦୁଇ ଶହ ବରକନ୍ୟାଙ୍କ ବିବାହ ଆଜି ହେବ । ପ୍ରକାଶଥାଉକି, ଯୋଗ୍ୟ କନ୍ୟାଙ୍କୁ ଉପହାର ପ୍ରଦାନ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଉତ୍କଳିକା ଏହି ଯୋଜନାରେ କନ୍ୟାଙ୍କୁ ହସ୍ତତନ୍ତ ଶାଢ଼ି, ଚୁଡ଼ି, ରୁପାର ପାଉଁଜି ଓ ଝୁଣ୍ଟିଆ ଭଳି ଶୃଙ୍ଗାର ସାମଗ୍ରୀ ସହ ବାସନକୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ଯୋଗାଇବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଥିଲେ ।

Breaking News