Report Card Odisha

| Daily Odia News

ଶ୍ରୀଜିଉଙ୍କୁ ଦର୍ଶନକଲେ ରାଷ୍ଟ୍ରପତି……

ରିପୋର୍ଟ କାର୍ଡ / ପୁରୀ

ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳେ ଶ୍ଵେତଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାମହିମଙ୍କୁ ଖଣ୍ଡୁଆ ଏବଂ ପଟ୍ଟଚିତ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବୁଧବାର ସକାଳେ ଶ୍ରୀଜଗନ୍ନାଥ ମନ୍ଦିରରେ ସକାଳ ୬ଟାରୁ ଦିନ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କେବଳ ପାଳିଆ ସେବକ ଓ ପରିଚାଳନା କମିଟି ସଦସ୍ୟ ମନ୍ଦିର ଭିତରେ ଉପସ୍ଥିତ ରହିବେ।ପୁରୀ ଆକାଶରେ ଅନ୍ୟ ବିମାନ, ହେଲିକପ୍ଟର ଓ ଡ୍ରୋନ ଉଡ଼ାଣ ଦୁଇଦିନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସେଠାରୁ ରାଷ୍ଟ୍ରପତି ପୁଣିଥରେ ପୁରୀ ରାଜଭବନକୁ ଯିବେ। ଦିନ ୯ଟା ୩୫ରେ ତାଳବଣିଆ ହେଲିପ୍ୟାଡ୍‌ରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେ ପୁରୀରୁ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳ ଓ ଓଡ଼ିଶା ପୁଲିସର ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ତାଳବଣିଆ ହେଲିପ୍ୟାଡରୁ ରାଜଭବନ, ରାଜଭବନରୁ ଶ୍ରୀମନ୍ଦିର, କାକୁଡ଼ିଖାଇ ଛକରୁ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଚକ୍ରତୀର୍ଥ ରୋଡ, ଭିଆଇପି ରୋଡ, ବଡ଼ଦାଣ୍ଡ ଓ ବାଲିସାହି ଦୁଇ ପାର୍ଶ୍ୱରେ ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି। ରାଷ୍ଟ୍ରପତି ପୁରୀ ରାଜଭବନ ପଛପାର୍ଶ୍ବ ସମୁଦ୍ର ବେଳାଭୂମି ଯିବାର କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Breaking News