ରିପୋର୍ଟ କାର୍ଡ / ରାଉରକେଲା
ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ) ରାଉରକେଲା ଇସ୍ପାତ କାରଖାନାର ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେସାଲିଟି ହସ୍ପିଟାଲକୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଛନ୍ତି । ଲୋକାର୍ପଣ ହେବା ପରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଥିଲେ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଇସ୍ପାତ ରାଜ୍ୟ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ସେଲ ଅଧକ୍ଷ୍ୟା ସୋମା ମଣ୍ଡଳ ଓ ଅନ୍ୟ ବରିଷ୍ଟ ଅଧିକାରୀ ଉପସ୍ଥିତ ଥିଲେ । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୨୯୫ କୋଟି ଟଙ୍କା । ୪୭୪୨.୬୯ ବର୍ଗ ମିଟର ଜାଗାରେ ସର୍ଭିସ ବ୍ଲକ, କିଚେନ୍, ମେଡିକାଲ ଷ୍ଟୋର, ପ୍ରଶାସନିକ ଅଫିସ୍, କର୍ମଚାରୀ ଓ ଫ୍ୟାକଲ୍ଟି ରୁମ୍ ରହିଛି। ଏଥିସହ ୫୨୮୮.୪ ବର୍ଗ ମିଟରର ଅଡିଟୋରିୟମ୍, ଏକାଡେମିକ୍ ବ୍ଳକ ମଧ୍ୟ ରହିଛି। ଏଥିସହ ହୃଦରୋଗ (କାର୍ଡିଓଲୋଜି), ହୃ୍ଦରୋଗ ଅସ୍ତ୍ରୋପଚାର (କାର୍ଡିଓଲୋଜି-ଥୋରାସିସ୍ ସର୍ଜରୀ),ସ୍ନାୟୁଜନିତ ରୋଗ (ନ୍ୟୁରୋଲୋଜି),କୃ୍ତଜନିତ ରୋଗ (ନେଫ୍ରୋଲୋଜି), ସ୍ନାୟୁବିକ ଅସ୍ତ୍ରୋପଚାର ( ନ୍ୟୁରୋ ସର୍ଜରୀ) ବିଭାଗ ରହିଛି। ଏଥିସହ ଏଣ୍ଡୋସ୍ସ୍ପୋପି, ପ୍ରାଇଭେଟ୍ ୱାର୍ଡ, ୩ ଟେଲ୍ସା ଏମ୍ଆର୍ଆଇ, ସିଟି ସ୍କାନ୍, ଲ୍ୟାବ୍, ସିଆର୍ଆର୍ଟି ମେସିନ୍ ସମେତ ୫ଟି ଅତ୍ୟାଧୁନିକ ଅପରେସନ୍ ଥିଏଟର ରହିଥିବା ନେଇ ସୂଚନା ମିଳିଛି।






More Stories
ଆଇଏଫଏସ ଅଧିକାରୀସ୍ତରରେ ଅଦଳବଦଳ……
୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ…..
ଆଗୁଆ ସ୍କୁଲ ଛୁଟି ଘୋଷଣା କଲେ ସରକାର…..