ରିପୋର୍ଟ କାର୍ଡ / କଟକ
ବିଜୁ ଜନତା ଦଳ (ବିଜେଡି)ର କଟକ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ବଲ୍ଲଭ ବେହେରାଙ୍କୁ ନିଯୁକ୍ତ କରାଯାଇଛି। ଦଳର ଉଚ୍ଚ ନେତୃତ୍ବଙ୍କ ଅନୁମୋଦନକ୍ରମେ ଏହି ଦାୟିତ୍ବ ତାଙ୍କୁ ଅର୍ପଣ କରାଯାଇଛି । ଏହି ଅବସରରେ ଶ୍ରୀ ବେହେରା କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଓ ନିଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ା ପ୍ରମୁଦ କୁମାର ମଲ୍ଲିକଙ୍କୁ ତାଙ୍କର ଆସରିବାଦ ଓ ସହଯୋଗପାଇଁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି | ସେମାନଙ୍କ ନିରନ୍ତର ପ୍ରେରଣା ଓ ଦିଗ୍ଦର୍ଶନ ତାଙ୍କୁ ଆଗମୀ ଦିନରରେ ଦଳୀୟ କାର୍ଯ୍ୟରେ ଆହୁରି ସକ୍ରିୟ ଭାବେ କାମକରିବାରେ ସହାୟତା କରିବ ବୋଲି ସେ କହିଛନ୍ତି | ଶ୍ରୀ ବେହେରା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ ଓ ଦୂରଦର୍ଶୀ ନେତୃତ୍ବର ପ୍ରଶଂସାକରି କହିଛନ୍ତି ଯେ ତାଙ୍କ ଆଦର୍ଶ ଓ ନୀତିକୁ ଆଧାରକରି କଟକ ଜିଲ୍ଲାରେ ସଙ୍ଗଠନକୁ ଆହୁରି ସୁଦୃଢ କରାଯିବ | ସେ ଆହୁରି କହିଛନ୍ତି ଯେ ଜିଲ୍ଲାର ସମସ୍ତ ଜ୍ୟେଷ୍ଠ ନେତା ଓ କର୍ମୀ ମାନଙ୍କ ସହ ଏକତାବଦ୍ଧ ଭାବେ କାମକରି ଦଳର ସଙ୍ଗଠନକୁ ତଳସ୍ତରରୁ ମଜବୁତ କରାଯିବ |






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..