Report Card Odisha

| Daily Odia News

କମିଲା ସୁନା ଓ ରୂପା ଦର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି କମିଲା ସୁନା ଓ ରୂପା ଦର । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୩୧୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୬ହଜାର ୫୯୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୭ହଜାର ୯୦୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧୨ଶହ ଟଙ୍କା ଶସ୍ତା ହୋଇଛି । ୨୨କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୪୩ହଜାର ୫୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୪ହଜାର ୭୫୦ଟଙ୍କା ରହିଥିଲା ।ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦର ୭ହଜାର ଟଙ୍କା ହ୍ରାସ ପାଇ କିଲୋଗ୍ରାମ୍‌ ପିଛା ୨ଲକ୍ଷ ୬୮ ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୭୫ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନାର ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି । କାରଣ ହୁହୁ ହୋଇ ବଢୁଥିବା ଦର ସେମାନଙ୍କ ପକେଟକୁ ବେସ୍‌ ବାଧୁଛି ।

Breaking News