ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ଏବେ ଦଳର ବିଧାୟକଙ୍କ ଭୋଟ୍ ଉପରେ ନଜର ରଖାଯାଇଛି। କ୍ରସ୍ ଭୋଟିଂ ରୋକିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଘୋଷିତ ହ୍ବିପ୍ ଜାରି କରିଥିବା କୁହାଯାଉଛି। ଦଳର ବିଧାୟକମାନଙ୍କୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ନ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୫ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ନାମାଙ୍କନରେ ବିଜେଡିର ସମସ୍ତ ବିଧାୟକ ସାମିଲ ରହିବେ। ଦଳୀୟ ପ୍ରାର୍ଥୀଙ୍କୁ ବିଧାୟକମାନେ ଭୋଟ୍ ଦେଉଛନ୍ତି କି ନାହିଁ, ତାହା ଉପରେ ନଜର ରଖିବାକୁ ଜଣଙ୍କୁ ଦାୟିତ୍ବ ଦିଆଯିବ। ଯିଏ ଭୋଟ୍ ନ ଦେବେ ତାଙ୍କୁ ଜଗିବା ସହ ଯିଏ ଘୋଡ଼ାବେପାରରେ ସାମିଲ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି। ସେ ଗଣମାଧ୍ୟମରେ କହିଛନ୍ତି, ଚତୁର୍ଥ ପ୍ରାର୍ଥୀ ପାଇଁ ଆମର ପର୍ଯ୍ୟାପ୍ତ ଭୋଟ୍ ନାହିଁ। ଆମକୁ କଂଗ୍ରେସର ସମର୍ଥନ ମିଳିଛି। ବିରୋଧୀ ଏକଜୁଟ ହୋଇ ଠିଆ ହେବା ନିଶ୍ଚିତ ରାଜ୍ୟ ପାଇଁ ଶୁଭଙ୍କର। ବିଧାୟକମାନେ କ୍ରସ ଭୋଟିଂ ନ କରିବାକୁ କଡ଼ା ନିର୍ଦେଶ ରହିଛି। ଶାସକ ଦଳ ଯଦି କ୍ରସ ଭୋଟିଂ ପାଇଁ ଚେଷ୍ଟା କରୁଛି ଏହା ଦୁର୍ଭାଗ୍ୟଜନକ। ସେମାନେ ଘୋଡ଼ା ବେପାର କରିପାରନ୍ତି। ଆମର ସବୁ ବିଧାୟକ ଦଳର ନିଷ୍ପତ୍ତି ଅନୁସାରେ ଭୋଟ୍ ଦେବେ। କ୍ରୋସ ଭୋଟିଂ ସମ୍ଭାବନା ବହୁତ କମ୍। ଯିଏ ଏପରି କରିବ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।






More Stories
ଭୋଟଦାନରୁ ବିରତ ରହିବି…..
ୟୁଟ୍ୟୁବର ହତ୍ୟା ମାମଲା:୩ ଗିରଫ, ଛୁରୀ ଜବତ…..
ପ୍ରତି ଜିଲ୍ଲାରେ ପୁସ୍ତକ ମେଳା…..