ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରାର୍ଥିପତ୍ର ଦାଖଲ କରିଥିବା ୨ ପ୍ରାର୍ଥୀଙ୍କୁ ମୁଁ ସ୍ବାଗତ କରୁଛି। ଏହି ସମୟରେ ନବୀନଙ୍କୁ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ନବୀନ କହିଛନ୍ତି, ସମୟ କହିବ ଭବିଷ୍ୟତ। ତେବେ ନବୀନଙ୍କ ଏଭଳି ପ୍ରତିକ୍ରିୟା ପରେ ଭବିଷ୍ୟତରେ ବିଜେଡି ଏବଂ କଂଗ୍ରେସ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..