ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେ ଆମେରିକାର ବୁଡ଼ାଜାହାଜ ଆକ୍ରମଣ କରି ଏକ ଇରାନୀ ଜାହାଜକୁ ବୁଡ଼ାଇ ଦେଇଛି। ଏହି ଆକ୍ରମଣରେ ୮୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପରେଭ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଆମେରିକାକୁ ଏକ ଖୋଲା ଚେତାବନୀ ଦେଇଛନ୍ତି। ଆବାସ ଆରାଘଚି ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ‘X’ରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ, ଆମେରିକା ଏହି ଆକ୍ରମଣ ପାଇଁ ପଶ୍ଚାତାପ କରିବ। ସେ ଲେଖିଛନ୍ତି, ଆମେରିକା ଇରାନ ଉପକୂଳରୁ ୨୦୦୦ ମାଇଲ ଦୂରରେ ସମୁଦ୍ରରେ ଏକ ଜଘନ୍ୟ ଅପରାଧ କରିଛି। ସେ କହିଛନ୍ତି, ଭାରତୀୟ ନୌସେନାର ଅତିଥି ପ୍ରାୟ ୧୩୦ ଜଣ ନାବିକଙ୍କୁ ନେଇ ଯାଉଥିବା ଫ୍ରିଗେଟ ‘ଡେନା’ ଉପରେ ଅନ୍ତର୍ଜାତୀୟ ଜଳସୀମାରେ କୌଣସି ଚେତାବନୀ ବିନା ଆକ୍ରମଣ କରାଯାଇଥିଲା। ସେ ଆହୁରି କହିଛନ୍ତି, ‘ମୋର କଥା ମନେରଖ, ଆମେରିକା ଏହି କାର୍ଯ୍ୟ ପାଇଁ ଗଭୀର ଭାବରେ ଅନୁତାପ କରିବ।’






More Stories
UPI ପେମେଣ୍ଟ କଲେ ଲାଗିବ ଚାର୍ଜ…..
ନିର୍ବାଚନରେ ବିଜେପି କୁ ମାତ୍ର ୧ ଭୋଟ୍!…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..