ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲେଙ୍ଗାନାରେ ଗ୍ୟାଲେରୀ ଭୁଶୁଡ଼ି ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୋମବାର ତେଲେଙ୍ଗାନାର ସୂର୍ଯ୍ୟପେଟରେ ୪୭ ତମ ଜାତୀୟ ଜୁନିଅର କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସେହି ସମୟରେ ଏକ ଗ୍ୟାଲେରୀ ଭୁଶୁଡ଼ି ଯାଇଥିଲା । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ପ୍ରାୟ ୧୫୦୦ ଦର୍ଶକ ଉପସ୍ଥିତ ଥିଲେ। ଏହି ସ୍ଥାନରେ ତିନୋଟି ଗ୍ୟାଲେରୀ ନିର୍ମାଣ କରାଯାଇଥିଲା। ପ୍ରତ୍ୟେକ ଗ୍ୟାଲେରୀ ପ୍ରାୟ ୫୦୦୦ ଲୋକଙ୍କ ବସିବା କ୍ଷମତା ବିଶିଷ୍ଟ ଥିଲା। ଯେଉଁଥିରେ ସମୁଦାୟ ୧୫୦୦୦ ଦର୍ଶକ ବସିବାର ବ୍ୟବସ୍ଥା କରିଥିଲେ। ଦେଶର ୨୯ଟି ରାଜ୍ୟରୁ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ asi।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..