ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ସେନା ପକ୍ଷରୁ ଇରାନର ରାଜଧାନୀ ତେହେରାନ ନିକଟବର୍ତ୍ତୀ କରାଜ ସହରରେ ଥିବା ଏକ ନିର୍ମାଣାଧୀନ ଏକ ବୃହତ୍ ସେତୁ (ବି୧)କୁ ଧ୍ବଂସ କରାଯାଇଛି। ଉକ୍ତ ସେତୁ ତେହେରାନ ଓ କରାଜ୍ ସହରକୁ ସଂଯୋଗ କରୁଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧ୍ବଂସ ପାଇଥିବା ଉକ୍ତ ପୋଲର ଫଟୋ ଓ ଭିଡିଓକୁ ନିଜର ‘ଟ୍ରୁଥ୍ ସୋସିଆଲ’ ଆକାଉଣ୍ଟରେ ଅପ୍ଲୋଡ କରିଛନ୍ତି। ଏହି ଅବସରରେ ଟ୍ରମ୍ପ କହିଛନ୍ତି ଯେ ଆଗାମୀ ଦିନରେ ଇରାନର ଏକାଧିକ ପୋଲକୁ ଉଡାଇ ଦିଆଯିବ। ଆମେରିକାର ଏହି ଆକ୍ରମଣରେ ୮ ଜଣ ପ୍ରାଣ ହରାଇଥିବାବେଳେ ୯୫ ଜଣ ଆହତ ହୋଇଛନ୍ତି ବୋଲି ଇରାନ କହିଛି। ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଗ୍ଛି ଏହି ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ନିରାଶ ହେବା ପରେ ଆମେରିକା ନିଜର ନୈତିକତା ହରାଇ ବେସାମରିକ ସ୍ଥାନକୁ ନିଶାଣ କରୁଛି ବୋଲି ଆରାଗ୍ଛି କହିଛନ୍ତି।






More Stories
ନୌସେନାରେ ସାମିଲ ଅରିଦମନ…..
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..