ରିପୋର୍ଟ କାର୍ଡ/ କୋରାପୁଟ
କୋରାପୁଟ ଜିଲ୍ଲାର ଏକାଧିକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ସୁନାବେଡା, ସେମିଳିଗୁଡା, ଦାମନଯୋଡ଼ି, ମାଛକୁଣ୍ଡ, କୋରାପୁଟ, ଜୟପୁର ସମେତ ଗ୍ରାମାଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜୟପୁର ସହରରେ ରାତି ୧୧ଟା ୩୦ ମିନିଟ ସମୟରେ ହଠାତ ଭୂମିକମ୍ପ ହୋଇଥିଲା। ବିରାଟ ଶବ୍ଦ ଶୁଣିବାକୁ ମିଳିଥିଲା। ପ୍ରାୟ ୩ ସେକେଣ୍ଡ ସହର ଦୋହଲି ଯାଇଥିଲା। ଘରର କାନ୍ଥ, ଟେବୁଲ, ଚେୟାର ଭୂମିକମ୍ପରେ ଦୋହଲି ଯାଇଥିଲା । ସହରବାସୀ ଏବଂ ଆଖପାଖ ଗ୍ରାମବାସୀ ଘରୁ ପଦାକୁ ବାହାରି ପଡ଼ିଥିଲେ। ଲୋକେ ଘରକୁ ଭିତକୁ ଯିବା ପାଇଁ ଭୟ କରିଥିଲେ । କିଛି ସମୟ ରାସ୍ତା ଉପରେ ଲୋକେ ରୁଣ୍ଡ ହୋଇଥିଲେ । ଭୂମିକମ୍ପର ତୀବ୍ରତା ଜଣାପଡିନାହିଁ । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ । ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭୀତ ହୋଇଥିଲେ ।






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..