Report Card Odisha

| Daily Odia News

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ ଥାନା ଅଞ୍ଚଳରୁ ଶୁକ୍ରବାର ରାତିରୁ ଶେଖ ଇମ୍ରାନ ନାମକ ଜଣେ ଯୁବକଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ। ଭୁବନେଶ୍ବରରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରିଥିଲା। ସୋସିଆଲ ମିଡିଆରେ ଦେଶ ବିରୋଧୀ ପୋଷ୍ଟ, ପାକିସ୍ତାନ ସହ ଲିଙ୍କ୍‌ ଭଳି ବିଭିନ୍ନ ଅଭିଯୋଗ ଇମ୍ରାନଙ୍କ ନାଁରେ ଥିଲା। ଏନେଇ ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସୂଚନାଥାଉକି, ଦିଲ୍ଲୀରେ କିଛି ଯୁବକ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ସନ୍ଦିଗ୍ଧ ଆତଙ୍କୀ କାର୍ଯ୍ୟକଳାପ ଅଭିଯୋଗରେ ପୋଲିସ ହାତରେ ନୂଆ ତଥ୍ୟ ଲାଗିଛି। ଇମ୍ରାନ ଦେଶ ବିରୋଧରେ ରୀତିମତ ଷଡ଼ଯନ୍ତ୍ର ରଚୁଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଖାଲି ଯେ, ଇମ୍ରାନ କି ତାଙ୍କ ସହ ଆଉ କାହାର ଲିଙ୍କ୍‌ ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି।

Breaking News